Breaking Newsଅପରାଧ

ବାଲିଗୁଡା : ୧୫୦ କୋଟିର ଗଞ୍ଜେଇ ଗଛ ନଷ୍ଟ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି କ୍ଲିନ୍ ଗଞ୍ଜେଇ ମିଶନ। ବୁଡାଗୁଡ଼ା ପଞ୍ଚାୟତର ବୌଦୁଙ୍ଗିଆ, ରୁତୁଙ୍ଗିଆ ଓ ସାକୁସବାଲି ଅଞ୍ଚଳର ୧୭୦ଏକର ଜଙ୍ଗଲ ଜମିରେ ହୋଇଥିଲା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।

ଗତ ୨୭ ଦିନ ମଧ୍ୟରେ ବାଲିଗୁଡ଼ା ଥାନା ସଲାଗୁଡ଼ା, ମେଲସିକିଆ, ବୁଡ୍ରୁକିଆ, ମାଦିନାଟ, ସିନ୍ଦ୍ରିଗାଁ, କୁଟିକିଆ, ରୁତୁଙ୍ଗିଆ, ବୁଡାଗୁଡ଼ା, ଗୋଇବାଲି, ଆଡ଼ିମାହା ଆଦି ଅଞ୍ଚଳରେ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଏସବୁ ଅଞ୍ଚଳରୁ ୧୫୦୦ ଏକର ଜଙ୍ଗଲ ଜମିରେ ହୋଇଥିବା ବେଆଇନ୍ ଗଞ୍ଜେଇ ଗଛ କାଟିବା ସହିତ ନିଆଁ ଲଗାଇ ପୋଡ଼ି ଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫୦କୋଟି ଟଙ୍କାରୁ ଅଧିକ ହେବ ବୋଲି ପୋଲିସ ସୂଚନା ଦେଇଛି। ତେବେ ବେଆଇନ୍ ଗଞ୍ଜେଇ ଚାଷ ନଷ୍ଟ ନହେବ ଯାଏ ଏହି ଅଭିଯାନ ଜାରି ରହିବ ବୋଲି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button