ବାଲିଗୁଡା : ଜିରିଡ଼ିକିଆ ପଞ୍ଚାୟତରେ ଟାଙ୍କି ଅଛି, ପାଣି ନାହିଁ : ଛୁଆ ଏବେ ଲୋକଙ୍କ ଭରସା

ବାଲିଗୁଡା : ଏବେ ଖରାଦିନ। ତାପମାତ୍ରା ବଢି ଚାଲିଛି। ସବୁ ଆଡେ ରହିଛି ପିଇବା ପାଣିର ଆବଶ୍ୟକତା। କିନ୍ତୁ ଏନେକ ସ୍ଥାନରେ ମିଳୁନି ବିଶୁଦ୍ଧ ପିଇବା ପାଣି। ଲୋକେ ପଣି ପାଇଁ ଡହଳ ବିକଳ ହେଉଛନ୍ତି। କନ୍ଧମାଳ ଜିଲ୍ଲାରେ ଏପରି ସମସ୍ୟା ରହିଥିଲେ ହେଁ ଲୋକମାନଙ୍କ ଦୁଃଖ କେହି ବୁଝୁ ନାହାନ୍ତି। ଜିରିଡ଼ିକିଆ ପଞ୍ଚାୟତରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି। କିନ୍ତୁ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ।

କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଜିରିଡ଼ିକିଆ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି। ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୧ଟି ୱାର୍ଡକୁ ନେଇ ନୂତନ ଭାବେ ଗଠନ ହୋଇଥିଲା ଏହି ପଞ୍ଚାୟତ। ଆଶା କରାଯାଉଥିଲା ଲୋକଙ୍କ ସମସ୍ୟା ସୁଧୁରିବ। ହେଲେ ପୂର୍ବ ଭଳି ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ପ୍ରତି ପଞ୍ଚାୟତରେ ଲୋକଙ୍କ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାର ବ୍ୟବସ୍ଥା କରିଛନ୍ତି। କିଛି ସରକାରୀ ବାବୁଙ୍କ ଅବହେଳା ପାଇଁ ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ।

ବସୁୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି। ଘରକୁ ଘରପାଇପ୍‌ ସଂଯୋଗ ହୋଇଛି। ହେଲେ ନିର୍ମାଣ କାର୍ଯ୍ୟ ସରିବାର ଛ’ ମାସ ବିତିଯାଇଥିଲେ ମଧ୍ୟ ଅଞ୍ଚଳବାସୀଙ୍କୁ ପାଣି ମିଳୁନି। ଯାହାଫଳରେ ସେମାନେ ଦୂଷିତ ଚୁଆ ପାଣି ବ୍ୟବହାର କରୁବାକୁ ବାଧ୍ୟହୋଇ ହେଉଛନ୍ତି। ଆଗକୁ ଆହୁରି ବଢିବ ଗ୍ରୀଷ୍ମ ପ୍ରବାହ। ଏବେଠାରୁ ନଈ, ନାଳ, ପୋଖରୀ, ଚୁଆ ଶୁଖିବାକୁ ଲାଗିଲାଣି। ଦୁଷିତ ପାଣି ବ୍ୟବହାର କରିବା ଯୋଗୁ ଲୋକେ ବିଭିନ୍ନ ଅଜଣା ରୋଗରେ ପଡ଼ୁଥିବା ଦେଖାଯାଉଛି। ଏଭଳି ପରିସ୍ଥିତିରେ ନିର୍ମାଣଧୀନ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଲେ ଜିରିଡ଼ିକିଆ ପଞ୍ଚାୟତର ଚାରୋଟି ୱାର୍ଡର ୨୦୦ରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇପାରିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button