ବାଲିଗୁଡ଼ା : ଟ୍ରାକ୍ଟର-ବାଇକ ଧକ୍କା, ୩ ମୃତ

0

ବାଲିଗୁଡ଼ା : କଟପଡ଼ି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର ସହ ବାଇକଧକ୍କା ଖାଇବାରୁ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିିଛି।

ଖବର ଅନୁଯାୟୀ ଗତ ରାତିରେ ଶଳା, ଭିଣୋଇ ଓ ଜଣେ ସାଙ୍ଗ ପଲସର୍ ବାଇକରେ ବାଲିଗୁଡ଼ାରୁ ସିନ୍ଦ୍ରି ଗାଁକୁ ଯାଉଥିଲେ। ଏହି ସମୟରେ ବିପରିତ ଦିଗରୁ ଆସୁଥିବା ଟ୍ରାକ୍ଟର ସହିତ ବାଇକ ଧକ୍କା ଲାଗିବାରୁ ଘଟଣାସ୍ଥଳରେ ରାଧାକାନ୍ତ ପୂଜାରୀ ଓ ଦଶରଥ ପ୍ରଧାନୀଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ସାଗର ଦିଗାଲଙ୍କର ମେଡ଼ିକାଲରେ ମୃତ୍ୟୁ ହେଇଥିବା ଜଣାପଡିଛି। ପୋଲିସ ବାଇକ ଓ ଟ୍ରାକ୍ଟର ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.