ବଲିଉଡ ଅଭିନେତା ଗୋବିନ୍ଦା କରୋନା ଆକ୍ରାନ୍ତ

ମୁମ୍ବାଇ : ବଲିଉଡ ଅଭିନେତା ଗୋବିନ୍ଦା କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ଏବେ ଘରେ ସଙ୍ଗରୋଧରେ ରହିଥିବା ସୂଚନା ଦେଇଛନ୍ତି ପତ୍ନୀ ସୁନୀତା। ତେବେ ଗୋବିନ୍ଦାଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ପରିବାରର ଅନ୍ୟ ସଦସ୍ୟ ଓ ତାଙ୍କ ପାଇଁ କାମ କରୁଥିବା କର୍ମଚାରୀଙ୍କ ରିପୋର୍ଟ ନେଗେଟିଭ ଆସିଛି।
ଗୋବିନ୍ଦାଙ୍କ ମୁଖପାତ୍ର କହିଛନ୍ତି ଅତ୍ୟଧିକ ସତର୍କତା ସତ୍ତ୍ୱେ ଦୁର୍ଭାଗ୍ୟବଶତଃ ଗୋବିନ୍ଦା ଅହୁଜା କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର ସାମାନ୍ୟ ଲକ୍ଷଣ ରହିଥିବାରୁ ସେ ଘରେ ସଙ୍ଗରୋଧରେ ଅଛନ୍ତି। ଗତ କିଛି ଦିନ ମଧ୍ୟରେ ଗୋବିନ୍ଦାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବା ପାଇଁ ପତ୍ନୀ ସୁନୀତା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ ଭାରତ ତଥା ବିଦେଶରେ ରହୁଥିବା ପ୍ରଶଂସକଙ୍କଠାରୁ ଆଶୀର୍ବାଦ ଓ ଶୁଭେଚ୍ଛା ମାଗିଛନ୍ତି।