ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ କରୋନା ପଜିଟିଭ୍

ମୁମ୍ବାଇ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣକ ପରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏବେ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛନ୍ତି ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେ ଆଇସୋଲେଟରେ ରହି ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ନିୟମ ପାଳନ କରୁଛନ୍ତି। ତେଣୁ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଯାଞ୍ଚ କରାଇବାକୁ ସେ ଅପିଲ କରିଛନ୍ତି। ଏଥିସହ ପ୍ରଶଂସକଙ୍କ ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।
କ୍ୟାଟ୍ରିନାଙ୍କ ବଲିଉଡ ଅଭିନେତା ଅକ୍ଷୟ କୁମାର, ଗୋବିନ୍ଦା, ବିକ୍କି କୌଶଲ, ଭୂମି ପେଡନେକର, ଆଲିଆ ଭଟ୍ଟ, ରଣବୀର କପୁର, ନିର୍ଦ୍ଦେଶକ ସଞ୍ଜୟ ଭନସାଲି, ଗାୟକ ଆଦିତ୍ୟ ନାରାୟଣ, କମେଡିଆନ କୁନାଲ କାମରା ଓ ସଶାଙ୍କ ଖୈତାନ ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି।