ବଲିଉଡ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ

ମୁମ୍ବାଇ : ବଲିଉଡର ବରିଷ୍ଠ ଅଭିନେତ୍ରୀ ଶଶିକଳା ଜାବଲକରଙ୍କର ଆଜି ୮୮ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶଶିକଳା ଅଗଷ୍ଟ ୧୯୩୨ରେ ସୋଲାପୁରର ଏକ ମହାରାଷ୍ଟ୍ରିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଡାକୁ, ରାସ୍ତା ଓ କଭି ଖୁସୀ କଭି ଗମ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଚର୍ଚ୍ଚିତ ହୋଇଥିଲେ।

ସେହିପରି ଶଶିକଳା ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଓ ସଲମାନ ଖାନଙ୍କ ଅଭିନୀତ ମୁଝସେ ଶାଦୀ କରୋଗୀ, ୧୯୫୩ ରିଲିଜ୍ ହୋଇଥିବା ତିନ ବଟ୍ଟି ଚାର୍ ରାସ୍ତା ଏବଂ ୧୯୬୮ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ତିନ ବହୁରାନିଆଁ ଭଳି ଚଳଚ୍ଚିତ୍ରରେ ମଧ୍ୟ ନଜର ଆସିଥିଲେ। ଏହାଛଡା ଚଳଚ୍ଚିତ୍ର, ଆଇ ମିଲନ୍ କି ବେଲା, ଗୁମରା, ସୁଜତା ଓ ଆରତୀରେ ତାଙ୍କୁ ଦେଖିବାକୁ ମିଳିଥିଲା। ଫିଲ୍ମ ସହ ଟେଲିଭିଜନରେ ମଧ୍ୟ ଶଶିକଳା ସକ୍ରିୟ ଥିଲେ। ସୋନପରୀ ଓ ଜୀନା ଇସି କା ନାମ ହେ ଧାରାବାହିକରେ ସେ ଅଭିନୟ କରିଛନ୍ତି। ଶଶିକଳାଙ୍କୁ ୨୦୦୭ମସିହାରେ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୦୯ମସିହାରେ ଭି ଶାନ୍ତାରାମ ଆୱାର୍ଡ ସୋ’ରେ ଜୀବନବ୍ୟାପି ସାଧନା ପାଇଁ ସମ୍ମାନିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

Back to top button