ବଲିଉଡକୁ ପ୍ରବେଶ କରିବେ ସୁସ୍ମିତା ସେନଙ୍କ ଝିଅ ରିନି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୁଷ୍ମିତା ସେନଙ୍କ ଝିଅ ରିନି ବଳିଉଡକୁ ଡେବ୍ୟୁ କରିବେ। ରିମିଙ୍କ ପ୍ରଥମ ଚଳଚିତ୍ର ହେବ ‘ସୁଟ୍ଟାବାଜି’। ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ସୁଟିଂ ସେଟର କିଛି ଫଟୋ ଭାଇରାଲ ହେଉଛି। ଫିଲ୍ମର କାହାଣୀ କରୋନା ଉପରେ ଆଧାରିତ। କରୋନା ଯୋଗୁ ଲାଗୁ ହୋଇଥିବା ଲକଡାଉନ୍ ପରିବାର ଲୋକଙ୍କ ସମ୍ପର୍କରେ କ’ଣ ପ୍ରଭାବ ପକାଇଛି ତାରି ଉପରେ କାହାଣୀ ରହିଛି। ଅବଶ୍ୟ ଫିଲ୍ମ ବାବଦରେ ବେଶି କିଛି ସାମ୍ନାକୁ ଆସିନି। ଏଥିରେ ରିନି ଦୁଷ୍ଟ ଝିଅ ଚରିତ୍ରରେ ନଜର ଆସିବେ। କୋମଲ ଛାବଡିଆ ଓ ରାହୁଲ ବୋହରା ରିନିଙ୍କ ପ୍ୟାରେଣ୍ଟସ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।