ବଲିଉଡର ଥାଳି ଅଶୁଦ୍ଧ ହୋଇଯାଇଛି : ଶେଖର ସୁମନ

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଓ ଦ୍ରଗ୍ସ ଲିଙ୍କକୁ ନେଇ ନୂଆ କଥା ସାମ୍ନାକୁ ଆସୁଛି। ଡ୍ରଗ୍ସ କନେକ୍ସନ୍ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇଛନ୍ତି। ଏହି ପ୍ରସଙ୍ଗରେ ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରତିଦିନ ମତ ରଖୁଥିବା ବେଳେ ରବି କିଶନ, ଜୟା ବଚ୍ଚନଙ୍କ ସମେତ ଅନ୍ୟ କେତେଜଣ ଅଭିନେତା ଓ ଅଭିନେତ୍ରୀ ମତ ରଖିଥିଲେ। ଏବେ ପ୍ରସିଦ୍ଧ ଅଭିନେତା ଶେଖର ସୁମନ ଜୟା ବଚ୍ଚନଙ୍କୁ ଟାର୍ଗେଟ୍ କରିଛନ୍ତି। ଶେଖର କହିଛନ୍ତି ଏବେ ବଲିଉଡର ଥାଳି ଅଶୁଦ୍ଧ ହୋଇ ଯାଇଛି। ଏହାକୁ ପରିଷ୍କାର କରିବାର ଆବଶ୍ୟକତା ରହିଛି।

ମତାମତ ଦିଅନ୍ତୁ ।