ବଲିଉଡଠାରୁ ଦୂରେଇ ଯାଇଛନ୍ତି ଏଇ ଅଭିନେତ୍ରୀ

ମୁମ୍ବାଇ : ୨୦୦୫ ମସିହାରେ ‘ସରକାର’ ଫିଲ୍ମରୁ ବଲିଉଡ ଡେବ୍ୟୁ କରିଥିଲେ ନିଶା କୋଠାରୀ। ‘ଜେମ୍ସ’ ଓ ‘ଦ କିଲର’ ଭଳି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ସେ ଫିଲ୍ମି ଦୁନିଆରୁ ଦୂରେଇ ଯାଇଥିଲେ। ନିଶାଙ୍କ ପ୍ରକୃତ ନାଁ ପ୍ରିୟଙ୍କା କୋଠାରୀ।

ପଶ୍ଚିମ ବଙ୍ଗରେ ୧୯୮୩ ନଭେମ୍ବର ୩୦ ତାରିଖରେ ଜନ୍ମିତ ନିଶଙ୍କୁ ‘ଚଢ଼ତି ଜୱାନି ମେରି ଚାଲ ମସ୍ତାନୀ’ର ରିମିକ୍ସ ଗୀତରୁ ପରିଚୟ ମିଳିଥିଲା। ଆର ମାଧବନଙ୍କ ଯୋଗୁଁ ତାଙ୍କୁ ୨୦୦୩ରେ ତାମିଲ ଫିଲ୍ମ ଜୟ ଜୟରେ ମିଳିଥିଲା ବ୍ରେକ୍। ହିନ୍ଦୀ ଫିଲ୍ମରେ ତାଙ୍କୁ ରାମ ଗୋପାଳ ବର୍ମା ପ୍ରଥମ ବ୍ରେକ୍ ଦେଇଥିଲେ। ସେ ‘ଶିବା’,‘ଡରନା ଜରୁରୀ ହେ’, ‘ଗୋ’, ‘ଡାର୍ଲିଂ’,‘ଆଗ’, ‘ଅଜ୍ଞାତ’, ‘ବିନ ବୁଲାଏ ବାରାତି’ ଭଳି ଫିଲ୍ମରେ ନଜର ଆସିଥିଲେ। ଏହାଛଡା ଅନେକ ତାମିଲ ଓ ତେଲୁଗୁ ଫିଲ୍ମରେ କାମ କରିଥିଲେ ତାଙ୍କୁ ସେପରି ଲୋକପ୍ରିୟତା ମିଳିନଥିଲା।

  ନାବାଳିକାକୁ ହାତଗୋଡ଼ ବାନ୍ଧି ଦୁଷ୍କର୍ମ

୨୦୧୬ରେ ନିଶା ଦିଲ୍ଲୀର ଏକ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ବିବାହ ପରେ ନାଁ ବଦଳାଇ ଅଞ୍ଜଳି ବର୍ମା କରି ଦେଇଥିଲେ। କିଛିଦିନ ତଳେ ସେ ଦିଲ୍ଲୀରେ ହୋଇଥିବା ସେଲିବ୍ରିଟି ସକର ମ୍ୟାଚ୍‌ରେ ନଜର ଆସିଥିଲେ। ଯେଉଁ ସମୟରେ ତାଙ୍କୁ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଦିନେ ସ୍ଲିମ୍ ଥିବା ନିଶାଙ୍କ ଓଜନ ବହୁତ ବଢ଼ି ଯାଇଥିଲା। ତାଙ୍କର ଶେଷ ଫିଲ୍ମ ବୁଲେଟ୍ ରାଜା। ଏହି ଫିଲ୍ମ କନ୍ନଡ଼ ଓ ତେଲୁଗୁ ଭାଷାରେ ରିଲିଜ ହୋଇଥିଲା। ଏହା ପରଠାରୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି।

ମତାମତ ଦିଅନ୍ତୁ ।