ବାଲୁଗାଁର ଦୁଇଟି ପଞ୍ଚାୟତକୁ ସଟଡାଉନ ଘୋଷଣା

ଖୋର୍ଦ୍ଧା : ବଡ଼କୁଳ ଓ ଡୁଙ୍ଗମାଳ ଗ୍ରାମପଞ୍ଚାୟତ, ମିନିଖେତା ଗାଁ ଓ ପାନ୍ଥ ନିବାସ ରୋଡ଼କୁ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେଉରା। ଏହାଛଡା ସ୍ଥାନୀୟ ଅଚଂଳରେ ଗମନାଗମନ ଉପରେ କଟକଣା ଲଗାଇଛି ବାଲୁଗାଁ ପୋଲିସ।

ଖବର ଅନୁଯାୟୀ ଗତ ୩୧ ତାରିଖରେ ବଡକୁଳ ପଞ୍ଚାୟତ ଅଫିସରେ ଡୁଙ୍ଗମାଳ ପଞ୍ଚାୟତର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବିଦାୟକାଳୀନ ଭୋଜି ହୋଇଥିଲା। ଏଥିରେ ପ୍ରାୟ ୫୦ ଜଣ ସାମିଲ୍‌ ହୋଇଥିଲେ। ଭୋଜିରେ ସାମିଲ୍‌ ହୋଇଥିବା ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ୬ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ପରେ ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ଭୋଜିକୁ ଯାଇଥିବା ପ୍ରାୟ ୩୯ ଜଣଙ୍କର ସ୍ଵାବ୍‌ ଟେଷ୍ଟ କରାଯିବାରୁ ୮ ଜଣଙ୍କ ରିପୋର୍ଟ ପିଜିଟିଭ୍‌ ଆସିଛି। ଏମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ, ଜିଆରଏସ୍‌, ୱାର୍ଡ ମେମ୍ବର ଓ ସ୍ଥାନୀୟ ବ୍ୟକ୍ତି ଥିବା ସୂଚନା ମିଳିଛି। ସେହିପରି ପାଞ୍ଚଜଣ ଆକ୍ରାନ୍ତଙ୍କ ମଧ୍ୟରେ ବାଲୁଗାଁ ଏନଏସିରୁ ଦୁଇଜଣ ରହିଥିବା ବେଳେ ଆଙ୍କୁଲା ପଞ୍ଚାୟତରୁ ଦୁଇଜଣ ଓ ହରିପୁର ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମତାମତ ଦିଅନ୍ତୁ ।