ବାଲ୍ୟ ବିବାହ ବନ୍ଦ : ବର ଶିଶୁପାଳ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ ଅଫିସ ନିକଟରେ ଚାଲିଥିଲା ବାଲ୍ୟ ବିବାହ। ହାତଗଣ୍ଠି ପଡ଼ିବା ପୂର୍ବରୁ ଚାଇଲଡ଼ ଲାଇନ ଟିମ୍‌ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ପରେ ବର ଶିଶୁପାଳ ହୋଇ ଫେରିଥିବା ଜଣାପଡିଛି।

ଖବର ଅନୁଯାୟୀ ବୁଧବାର ବିଳମ୍ବିତ ରାତିରେ କୁଆଁରମୁଣ୍ଡା ବ୍ଲକ ନିକଟରେ ରାଜସ୍ଥାନ ଝୁନଝୁନାର ଯୁବକ ଜଣେ ନାବାଳିକାଙ୍କୁ ବିବାହ କରୁଥିବା ଚାଇଲ୍ଡ ଲାଇନକୁ ଖବର ମିଳିଥିଲା। ଘଟଣାସ୍ଥଳରେ ଚାଇଲ୍ଡ ଲାଇନ୍ ଟିମ୍‌ ଓ ପୋଲିସ ପହଞ୍ଚି ବାହାଘର ବନ୍ଦ କରିଥିଲେ। ନାବାଳିକାକୁ ଉଦ୍ଧାର କରି ବିଶ୍ରାସ୍ଥିତ ଚାଇଲଡ ଲାଇନ “ଦିଶା”ରେ ରଖାଯାଇଥିବା ବେଳେ ବୀରମିତ୍ରପୁର ପୋଲିସ୍‌ ବର ଓ ବର ପିତାଙ୍କୁ ଥାନାରେ ଅଟକ ରଖିଛି। ନାବାଳିକାଙ୍କ ବୟସ ପାଖାପାଖି ୧୫ ବର୍ଷ ବୋଲି ଜଣାପଡିଛି।

ତେବେ କେଉଁ ପରିସ୍ଥିତିରେ କମ୍ ବୟସର ଝିଅକୁ ବାହା ଦେଉଥିଲେ ସେ ନେଇ ନାବାଳିକାଙ୍କ ବାପା-ମା’ଙ୍କୁ ପୋଲିସ ଓ ଚାଇଲ୍ଡ ଲାଇନ୍ ପକ୍ଷରୁ ଜେରା କରାଯାଇଛି। ଗୁରୁବାର ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଏ ନେଇ କୁଆଁରମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button