ବାଣ ଗୋଦାମରେ ବିସ୍ଫୋରଣ

କୋଣାର୍କ : ପୁରୀ ଜିଲ୍ଲା କୋଣାର୍କ ଚାରିଛକ ବ୍ରହ୍ମଗୁଣ୍ଡି ବାଣ ଗୋଦାମରେ ନିଆଁ ଲାଗି ପ୍ରଚଣ୍ଡ ବିସ୍ଫୋରଣ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇନଥିଲେ ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ବାହିନୀ ନିଯୋଜିତ ହୋଇଥିଲେ।

ଖବର ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ ବ୍ରହ୍ମକୁଣ୍ଡି ଗାଁ କେନାଲ ବନ୍ଧ ପାଖ ବାଇଧର ନାୟକଙ୍କ ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଥିଲା। ବାଣୁଆମାନେ ବାଣ ଭିଡ଼ୁଥିବା ବେଳେ ହଠାତ୍ ବିସ୍ଫୋରଣ ଶବ୍ଦ ଶୁଣାଯିବାରୁ ଘଟଣାସ୍ଥଳରୁ ତାଙ୍କ ପରିବାର ଲୋକ ଓ କର୍ମଚାରୀ ଦୌଡ଼ି ପଳାଇଥିଲେ। ଚାହୁଁ ଚାହୁଁ ବାଣ ଗୋଦାମ ଜଳି ପାଉଁଶ ହୋଇଯାଇଥିଲା। ବିସ୍ଫୋରଣ ଶବ୍ଦ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ବୋଲି ଲୋକେ କହୁଛନ୍ତି। ନିମାପଡ଼ା ଏସ୍‌ଡିପିଓ ଘଟଣାସ୍ଥଳରେ ପହଞ୍ଚି କେମିତି ନିଆଁ ଲାଗିଲା ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button