ବାଣ କାରଖାନାରେ ଅଗ୍ନିକାଣ୍ଡ : ୫ ଶ୍ରମିକ ମୃତ

ବିଜନୋର : ଉତ୍ତରପ୍ରଦେଶ ବିଜନୋର ଜିଲ୍ଲା ବକ୍ସିବାଲା ଅଞ୍ଚଳରେ ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ ଘଟି ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ଅପରାହ୍ନରେ କାରଖାନାରେ ହଠାତ୍ ବିସ୍ଫୋରଣ ହୋଇଥିଲା। ସେତେବେଳେ ୯ ଜଣ ଶ୍ରମିକ କାମ କରୁଥିଲେ। ବିସ୍ଫୋରଣରେ କାରଖାନାର ଗୋଟିଏ ଅଂଶ ସମ୍ପୂର୍ଣ୍ଣ ଜଳି ଯାଇଛି। ଶ୍ରମିକମାନେ କାମ କରୁଥିବା ବେଳେ ବାହାରପଟୁ ତାଲା ପଡିଥିବାରୁ ସେମାନେ ବାହାରକୁ ବାହାରିପାରି ନଥିଲେ। କୁହାଯାଇଛି ବାରୁଦରେ ନିଆଁ ଲାଗିବାରୁ ବିସ୍ଫୋରଣ ହୋଇଛି। ପୋଲିସ ଓ ପ୍ରଶାସନ ଏହି ଘଟଣାର ତଦନ୍ତ କରୁଛି। କାରଖାନାର ମାଲିକ ୟୁସୁଫକୁ ଗିରଫ୍ କରାଯାଥିବା ବିଜନୋର ଏସପି ଡ. ଧର୍ମବୀର ସିଂ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button