ବାଣପୁର : ବାଣ ବିସ୍ଫୋରଣରେ ୪ ଗୁରୁତର

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଖଣତ ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ଗୁରୁତରଙ୍କୁ ପ୍ରଥମେ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ଵର ପଠାଯାଇଛି।

ଖବର ଅନୁଯାୟୀ କୈଳାଶ ପ୍ରଧାନଙ୍କ ଘରେ ବାଣ ତିଆରି ଚାଲିଥିଲା। କୌଣସି କାରଣରୁ ବିସ୍ଫୋରଣ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା। ବାଣପୁର ପୋଲିସ୍ କୈଳାଶକୁ ଗିରଫ କରିଛି। ଗୁରୁତରଙ୍କ ମଧ୍ୟରେ ଦୁଇଜଣ ନାବାଳିକା ଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।