ବନ୍ଦ ହେଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ

ଅନୁଗୁଳ : ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ୍‌) ଆଉ ଚାଲି ପାରିବ ନାହିଁ। ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିବାକୁ ଗତକାଲି ଏନଟିପିସି କର୍ତ୍ତୃପକ୍ଷ ନୋଟିସ ଜାରି କରିଛନ୍ତି। ଫଳରେ ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଯାଇଛି। ଏହାକୁ ନେଇ ତାଳଚେରରେ ଶ୍ରମିକ ଅଶାନ୍ତି ବୃଦ୍ଧି ପାଇଥିବା ବେଳେ ସେମାନେ ଆନ୍ଦୋଳନ ମୁହାଁ ହୋଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ଏନଟିପିସି କର୍ତ୍ତୃପକ୍ଷ ଟିଟିପିଏସ୍‌ ବନ୍ଦ ପାଇଁ ଏକାଧିକ କାରଣ ଦର୍ଶାଯାଇଛନ୍ତି। ଟିଟିପିଏସ୍‌ର ଗୋଷ୍ଠୀ ମହାପ୍ରବନ୍ଧକ ଦେବେନ୍ଦ୍ର ନାଥ ତିୱାରୀ କହିଛନ୍ତି ଏହି ପ୍ରକଳ୍ପର ଆୟୁଷ ପୂରି ଯାଇଥିଲା। ବହୁ ପୁରୁଣା ପ୍ରକଳ୍ପ ହୋଇଥିବାରୁ ଏହାର ଯନ୍ତ୍ରପାତି ଆଉ ବଜାରରେ ଉପଲବ୍ଧ ହୋଇପାରୁନି। ଫଳରେ ଖରାପ୍ ହେଲେ ସଜାଡ଼ିବାରେ ସମସ୍ୟା ହେଉଛି। ଏହାଛଡା କିଛି ସ୍ଥାନ ବିପଦସଙ୍କୁଳ ହୋଇଥିବାରୁ କର୍ମଚାରୀ ଓ ଶ୍ରମିକଙ୍କ ସୁରକ୍ଷା ନେଇ ଆଶଙ୍କା ଦେଖାଦେଇଛି। ପ୍ରଦୂଷଣ ବୋର୍ଡର ସର୍ତ୍ତାବଳୀ ପୂରଣ କରିବାରେ ମଧ୍ୟ ସମସ୍ୟା ହେଉଥିଲା ବୋଲି ସେ କହିଛନ୍ତି।

ସେହିପରି ଟିଟିପିଏସ୍‌ର ୬ଟି ଯାକ ୟୁନିଟ୍‌ରେ ଆଜିଠାରୁ ବନ୍ଦ। ଏଠାରେ କାମ କରୁଥିବା ପ୍ରାୟ ଦେଢ ହଜାର ଠିକା ଶ୍ରମିକଙ୍କୁ ପ୍ଲାଣ୍ଟ ଭିତରକୁ ଯିବାକୁ ଅନୁମତି ନ ମିଳିବାରୁ ସେମାନେ ଫାଟକ ସାମନାରେ ଧାରଣା ଦେଆଇଥିବା ବେଳେ ପ୍ଲାଣ୍ଟକୁ ଚଳାଇବା ପାଇଁ ଅଡ଼ି ବସିଛନ୍ତି। ଚେତାବନୀ ଦେଇଛନ୍ତି ସମଗ୍ର ତାଳଚେରରେ ଅର୍ଥନୈତିକ ଅବରୋଧ କରାଯିବ। ଏନ୍‌ଟିପିସି, ନାଲ୍‌କୋକୁ କୋଇଲା ରପ୍ତାନି ବନ୍ଦ ସହ ବାହାରକୁ କୋଇଲା ଛଡ଼ାଯିବ ନାହିଁ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button