ବନ୍ଦରର ବିକାଶ ପାଇଁ ଖର୍ଚ୍ଚ ହେବ ୮୨୦ କୋଟି ଡଲାର

ନୂଆଦିଲ୍ଲୀ : ଭାରତୀୟ ନୌବାଣିଜ୍ୟ ସମ୍ମିଳନୀ-୨୦୨୧କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କଇଛନ୍ତି ସାମୁଦ୍ରିକ ଅର୍ଥବ୍ୟବସ୍ଥାର ବିକାଶ ହୋଇପାରିଲେ ଦେଶରେ ବିକାଶର ଗତି ଦ୍ରୁତ ହେବ। ଏହି କାର୍ଯ୍ୟକ୍ରମ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ସହ ୫୦ଟି ଦେଶରୁ ୧ ଲକ୍ଷରୁ ଅଧିକ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଅନଲାଇନ୍ ମାଧ୍ୟମରେ ଯୋଗ ଦେଇଥିଲେ।

ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ସାମୁଦ୍ରିକ ନୌବାଣିଜ୍ୟ କ୍ଷେତ୍ରର ବିକାଶ ପାଇଁ ୨୦୩୫ ମସିହା ସୁଦ୍ଧା ୮୨ ଆରବ ବା ୮୨୦ କୋଟି ଟଙ୍କା ବିନିଯୋଗ କରାଯିବ। ସାଗରମାଳା ଯୋଜନାରେ ୫୭୪ରୁ ଅଧିକ ପ୍ରକଳ୍ପ ଉପରେ କାମ କରାଯିବ। ୨୦୩୫ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ଆଗାମୀ ୧୦ ବର୍ଷ ମଧ୍ୟରେ ଜଳମାର୍ଗ ପରିଚାଳନା ଉପରେ କାମ କରାଯିବା ସହିତ ମୋଟ ୧୮୯ ଟି ବନ୍ଦରକୁ ବିକଶିତ କରାଯିବ।

ପ୍ରଧାନମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୨୦୧୪ ମସିହାରେ ପ୍ରମୁଖ ବନ୍ଦରର କ୍ଷମତା ୮୭୦ ମିଲିୟନ ଟନ୍ ଥିଲା। ଏବେ ଏହା ବୃଦ୍ଧି ପାଇ ୧୫୫୦ ମିଲିୟନ ଟନରେ ପହଞ୍ଚିଛି। ଫଳରେ ଲାଭାଂଶର ବୃଦ୍ଧି ଘଟିଥିବା ବେଳେ ତାହା ଦ୍ୱାରା ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ଦେଶକୁ ଲାଭ ମିଳୁଛି। ବନ୍ଦର ଅଞ୍ଚଳରେ ସ୍ମାର୍ଟ ସିଟି ଓ ଔଦଗ୍ୟିକ ପାର୍କ ଆଦି ନିର୍ମାଣ କରାଯାଇ ପର୍ଯ୍ୟଟନ କ୍ଷେତ୍ରକୁ ବିକଶିତ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button