ବନ୍ଧା ହେଲେ ୩ ଲୁଟେରା ହୋମଗାର୍ଡ

କଟକ : ଲୁଟ ଅଭିଯୋଗରେ ବାଦାମମାଡି ପୋଲିସ ୩ ଜଣ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୋଳମୁଣ୍ଡାଇ ଅଞ୍ଚଳରେ ରାତିରେ ଡ୍ୟୁଟି କରୁଥିବା ବେଳେ ଜଣେ ବ୍ୟକ୍ତିଠାରୁ ଏ ତିନିଜଣ ଟଙ୍କା ଲୁଟିନେଇଥିଲେ।

ଖବର ଅନୁଯାୟୀ ଦୁଇଦିନ ତଳେ ଜଣେ ବ୍ୟକ୍ତି ରାତିରେ ମେଡିକାଲ ଯାଉଥିଲେ। ଏହି ସମୟରେ କଟକ ଦୋଳମୁଣ୍ଡାଇ ଅଞ୍ଚଳରେ ଡ୍ୟୁଟି କରୁଥିବା ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇଜଣ ହୋମଗାର୍ଡ ତାଙ୍କୁ ଅଟକାଇଥିଲେ। କାହିଁକି ମାସ୍କ ପିନ୍ଧିନ ବୋଲି ପଚାରିବା ସହିତ ୫୦୦ ଟଙ୍କା ନେଇଥିଲେ। ସେଇ ବ୍ୟକ୍ତିଙ୍କ ପାଖରେ ଅଧିକ ଟଙ୍କା ଥିବା ଦେଖି ଲୋଭ ସମ୍ଭାଳି ନପାରି ତାଙ୍କ ପାଖରୁ ୨୫ ହଜାର ଟଙ୍କା ଛଡାଇ ନେଇଥିଲେ। ଏହି ଘଟଣା ପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବାଦାମବାଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ହୋମଗାର୍ଡ ଚନ୍ଦନ ପରିଡାଙ୍କ ସହ ଅନ୍ୟ ଦୁଇ ହୋମଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *

Back to top button