ବନ୍ଧକ ସୁନା ମୂଲ୍ୟର ୯୦ ପ୍ରତିଶତ ମିଳିବ ବ୍ୟାଙ୍କ ଋଣ

ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ ସୁନା ଋଣ ନିୟମରେ ପରିବର୍ତ୍ତନ ଆଣିଛି। ଏଣିକି ବନ୍ଧକ ସୁନା ଅଳଙ୍କାର ମୂଲ୍ୟର ୯୦ ପ୍ରତିଶତ ବ୍ୟାଙ୍କ ଗୁଡିକ ଋଣ ଦେଇପାରିବେ। ପୂର୍ବରୁ ବନ୍ଧକ ସୁନା ମୂଲ୍ୟର ୭୫ ପ୍ରତିଶତ ଋଣ ମିଳୁଥିଲା। କରୋନା ସମୟରେ ଲୋକମାନଙ୍କୁ ସହାୟତା କରିବାକୁ ଏହି ପରିବର୍ତ୍ତନ କରାଯାଇଥିବା ଆଜି ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ତ୍ରୈମାସିକ ମୁଦ୍ରାନୀତି ଘୋଷଣା କରିବା ଅବରରରେ ସେ କହିଛନ୍ତି ନିଜର ଜରୁରୀ ଅର୍ଥ ଆବଶ୍ୟକତା ମେଣ୍ଟାଇବାକୁ ସୁନା ଅଳଙ୍କାର ବନ୍ଧକ ରଖୁଥିବା ଲୋକମାନଙ୍କୁ ସୁନା ବଦଳରେ ଏଣିକି ଅଧିକ ଅର୍ଥ ଋଣ ଆକାରରେ ମିଳିପାରିବ। ତେବେ ଏହି ସୁବିଧା ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମିଳିପାରିବ। ଏହାଛଡା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦେଶର ଲଘୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନଙ୍କ ପାଇଁ କେତେକ ସୁବିଧା ଘୋଷଣା କରାଯାଇଛି। ଏହି ସ୍କିମ ଅନୁସାରେ ଋଣଗସ୍ତ ଏମଏସଏମଇ ୟୁନିଟ ଋଣ ଗୁଡ଼ିକର ପୁନର୍ଗଠନ କରାଯିବ। ଏହି ସୁବିଧା ମଧ୍ୟ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ମିଳିପାରିବ। ସେହିପରି ରିଜର୍ଭ ବ୍ୟାଙ୍କ ପକ୍ଷରୁ ନାବାର୍ଡ ଓ ଜାତୀୟ ହାଉସିଂ ବ୍ୟାଙ୍କ ପାଇଁ ୧୦ ହଜାର କୋଟି ଟଙ୍କାର ନଗଦ ପ୍ୟାକେଜ ଘୋଷଣା କରାଯାଇଛି। ଏହି ପ୍ୟାକେଜରୁ ଉଭୟ ସଂସ୍ଥାକୁ ୫ ହଜାର କୋଟି ଲେଖାଏଁ ମିଳିବ।

ମତାମତ ଦିଅନ୍ତୁ ।