ବନ୍ଧୁକ ବେପାରୀ ସମେତ ୭ ଗିରଫ

କଟକ : ଚାଉଳିଆଗଞ୍ଜ ଥାନା ପୋଲିସକୁ ବନ୍ଧୁକ ବେପାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି।ଅଭିଯୁକ୍ତଙ୍କ ଠାରୁ ୭ଟି ବନ୍ଧୁକ ଓ ୬୫ ରାଉଣ୍ଡ ଗୁଳି ଜବତ ହୋଇଥିବା ଗଣମାଧ୍ୟମକୁ ପୋଲିସ କମିଶନର ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟାର ସୁଲେମାନର ହତ୍ୟାକାରୀ ବିଜୟ ନାୟକ ଓ ଜଗା ଦାସ ରହିଛନ୍ତି। ଉଭୟ ଜମିନରେ ଆସି ବନ୍ଧୁକ କାରବାର ଚଳାଇଥିଲେ। ଏହି ଘଟଣାରେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *

Back to top button