ବନ୍ଧୁକ ଦେଖାଇ ୨୧ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

0

ସୁବର୍ଣ୍ଣପୁର : ଏଟିଏମ୍ ରେ ଟଙ୍କା ଭରିବାକୁ ଯାଇଥିବା ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ। ବାଘଲପୁର ଗାଁ ନିକଟରୁ ଦୁର୍ବୃତ୍ତମାନେ ସେମାନଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ ବ୍ୟାଙ୍କ୍ ଅଫ୍ ବରୋଦା ବ୍ୟାଙ୍କରୁ ଟଙ୍କା ନେଇ ଉଲୁଣ୍ଡା ଯାଉଥିଲେ କର୍ମଚାରୀ। ଟଙ୍କା ନେଇ ଏଟିଏମ୍ ରେ ଭରିବାକୁ ଯିବା ସମୟରେ ୩ ବାଇକରେ ଆସିଥିବା ୬ ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟି ନେଇଛନ୍ତି।

Leave A Reply

Your email address will not be published.