ବାଂଲାଦେଶ : ରୋହିଙ୍ଗ୍ୟା କ୍ୟାମ୍ପରେ ଅଗ୍ନିକାଣ୍ଡ, ୧୫ ମୃତ

ଢାକା : ବାଂଲାଦେଶ ରୋହିଙ୍ଗ୍ୟା କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରାୟ ୪୦୦ରୁ ଅଧିକ ନିଖୋଜ ହୋଇଯାଇଥିବା ମିଳିତ ଜାତିସଂଘର ଶରଣାର୍ଥୀ ଏଜେନ୍ସି ସୂଚନା ଦେଇଛି।

ଖବର ଅନୁଯାୟୀ ବାଂଲାଦେଶର ଢାକାରୁ ୟୁଏନଏଚଆରସିର ଜୋନେସ ଭାନ ଡେର କଲାୱ ଭିଡିଓ କନଫରେନ୍ସିଂରେ କହିଛନ୍ତି ରୋହିଙ୍ଗ୍ୟା କ୍ୟାମ୍ପରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷିୟକ୍ଷତି ହୋଇଛି। ଏଯାଏ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୦୦ ଜଣ ଲୋକଙ୍କର ପତ୍ତା ମିଳୁନାହିଁ। ଭିଡ଼ ଭିତରେ ସେମାନେ କେଉଁ ଆଡ଼େ ନିଖୋଜ ହୋଇଯାଇଥିବା ଅନୁମାନ କରାଯାଉଛି। ଏହି ଅଗ୍ନିକାଣ୍ଡରେ ୫୬୦ ଆହତ ହୋଇଥିବା ବେଳେ ୪୫,୦୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବା ସମ୍ପର୍କରେ ଜଣାପଡ଼ି ନାହିଁ।

ସେ କହିଛନ୍ତି କକ୍ସ ବଜାର ନିକଟ ବାଲୁଖାଲିରେ ଥିବା ରୋହିଙ୍ଗ୍ୟା କ୍ୟାମ୍ପରେ ଗତକାଲି ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଏଠାରେ ପ୍ରାୟ ୧,୨୪,୦୦୦ ଲୋକ ରହୁଥିଲେ। ଘଟଣା ପରେ ସବୁ ପୋଡ଼ି ଛାରଖାର ହୋଇଯାଇଛି। ହଜାରେରୁ ଅଧିକ ରେଡକ୍ରସ ଓ ଅନ୍ୟାନ୍ୟ ଟିମ୍‌ ଲୋକଙ୍କୁ ସହାୟତା କରିବାରେ ଲାଗିଛନ୍ତି। ରୋହିଙ୍ଗ୍ୟାମାନେ ଧ୍ୱଂସାବଶେଷ ତଳୁ ନିଜ ପରିବାର ଓ ଆସବାବପତ୍ର ଖୋଜିବାରେ ଲାଗିଛନ୍ତି। ପୂର୍ବରୁ କେବେ ଏମିତି ଘଟଣା ଦେଖିବାକୁ ମିଳିନାହିଁ। ଅନ୍ୟପକ୍ଷରେ ଅଗ୍ନିକାଣ୍ଡର କାରଣ ଖୋଜିବାକୁ ବାଂଲାଦେଶ ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button