ବାଂଲାଦେଶ ସୀମା ଦେଇ ଭାରତରେ ପଶୁଥିବା ଚୀନ ନାଗରିକ ଧରାପଡିଲା

ଢାକା : ବାଂଲାଦେଶର ସୀମାନ୍ତ ଓ ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରୁ ଜଣେ ସନ୍ଦିଗ୍ଧ ଚୀନ୍ ନାଗରିକଙ୍କୁ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଅଟକ ରଖିଛି। ଏହି ବ୍ୟକ୍ତିଜଣଙ୍କ ଅନ୍ତର୍ଜାତୀୟ ସୀମା ପାର ହୋଇ ବେଆଇନ ଭାବେ ପ୍ରବେଶ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର ସକାଳେ ଚୀନ ନାଗରିକ ଜଣକ ମାଲଦାର ମାଣିକଚକକୁ ଲାଗିଥିବା ଭାରତ-ବାଂଲାଦେଶ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରୁଥିଲେ। ସେଠାରେ ଡ୍ୟୁଟିରେ ଥିବା ବିଏସଏଫର ଯବାନ ତାଙ୍କ ସନ୍ଦେହଜନକ ଗତିବିଧି ଦେଖିବା ପରେ ତାଙ୍କୁ ଅଟକ ରଖିଥିଲେ। ତାଙ୍କ ନାମ ହୋନ ଜୁନ। ସେ ପାଖରେ ରଖିଥିବା ଏକ ଲାପଟପ୍, ବାଂଲାଦେଶ ଭିସା ଓ ଚୀନର ପାସପୋର୍ଟ ଜବତ କରାଯାଇଛି। ପ୍ରାଥମିକ ପଚରାଉଚରା ପରେ ବିଏସଏଫ ତାଙ୍କୁ ମାଣିକଚକ ପୋଲିସ ଷ୍ଟେସନକୁ ହସ୍ତାନ୍ତର କରିଛି। ତେବେ ଚୀନ୍ ନାଗରିକଙ୍କୁ ବାଂଲାଦେଶ ସୀମାରୁ ଗିରଫ କରାଯିବା ପରେ ଅନେକ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *

Back to top button