ବାଙ୍କୀ : ବୋମାମାଡରେ ଜଣେ ମୃତ

ବାଙ୍କୀ : ବାଙ୍କି ଥାନା ଅନ୍ତର୍ଗତ ଘୋଳପୁର ଗାଁ ଆନନ୍ଦନାଥ ପାଟଣାସାହି ଦୋଳ ମଣ୍ଡପ ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଛି। ଏହି ଘଟଣାରେ ଗୋବିନ୍ଦ ବେହେରା ନାମକ ଜଣେ ବ୍ୟକ୍ତିଙ୍କର ଜଣଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ ଗୋବିନ୍ଦ ସଉଦା କିଣିବାକୁ ବାଇକ୍‌ରେ ଯାଉଥିବା ବେଳେ ସେହି ଗ୍ରାମର କିଛି ଦୁର୍ବୃତ୍ତ ଦୋଳମଣ୍ଡପ ନିକଟରେ ବୋମା ମାଡ଼ କରିଥିଲେ। ସେ ତଳେ ପଡିଯିବାରୁ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପହଞ୍ଚି ସୁବର୍ଣ୍ଣପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।