ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଚାରା ବିତରଣ

ଦଶପଲ୍ଲା : ନୟାଗଡ ଜିଲ୍ଲା ଇଟାମାଟିର ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଫର ଫିସ ଆଣ୍ଡ ଡେଭଲପମେଣ୍ଟ ପକ୍ଷରୁ ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଲକରେ ଚାରା ବିତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଜୀବିକାର ଉନ୍ନତି ନିମନ୍ତେ ସଜନା ଓ ଅମୃତଭଣ୍ଡା ଚାରା ବିତରଣ କାର୍ଯ୍ୟକ୍ରମ ଗାନ୍ଧୀ ଜୟନ୍ତୀଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ଦଶପଲ୍ଲା ବ୍ଲକର ତେଣ୍ଡାବାଡ଼ି ପଞ୍ଚାୟତର ପୋଇବାଡ଼ି ଓ ନୁଆସାହି ଗ୍ରାମରେ ୭୦୦ ସଜନା ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମନୋଜ କୁମାର ସାହୁ, ତେଣ୍ଡାବାଡ଼ି ସରପଞ୍ଚ କୃପାସିନ୍ଧୁ ପ୍ରଧାନ, ବରିଷ୍ଠ ସମାଜସେବୀ ନାରାୟଣ ସାହୁ, ବେଣୁଧର ନାୟକ, ରାଜୀବ ଲୋଚନ ମିଶ୍ର, ସୁକାନ୍ତ କୁମାର ଶତପଥୀ, ଲଡୁ କିଶୋର ଷଡ଼ଙ୍ଗୀ, ଉମା ରାଣୀ ପାଣି, ବୁଲୁ ପରିଡ଼ା, ଲାଲା ଗୁରୁ ଓ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସମେତ ୨୨ଜଣ ସଦସ୍ୟ ଯୋଗ ଦେଇଥିଲେ।

ମତାମତ ଦିଅନ୍ତୁ ।