ବନ୍ୟପ୍ରାଣୀ ମାରିବା ପ୍ରୋତ୍ସାହନକୁ ବିରୋଧ: ସୁପ୍ରିମ୍ କୋର୍ଟକୁ ଗଲେ ସାଂସଦ ଅନୁଭବ

ନୂଆଦିଲ୍ଲୀ: ବନ୍ୟପ୍ରାଣୀଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରାଯାଉଥିବାରୁ ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ତାଙ୍କର ଏହି ପଦ‌କ୍ଷେପକୁ ଭାରତର ସର୍ବବୃହତ୍ ପ୍ରାଣୀ ମଙ୍ଗଳ ସଂଗଠନ ‘ପିପୁଲ୍ ଫର୍ ଆନିମଲ୍ସ ଆଣ୍ଡ୍ ହ୍ୟୁମେନ୍ ସୋସାଇଟି ଇଣ୍ଟର୍‌ନ୍ୟାସ୍‌ନାଲ୍’ ପ୍ରଶଂସା କରିଛି।

ଖବର ଅନୁଯାୟୀ ନୀଳଗାଈ, ପାତି ମାଙ୍କଡ଼ ଓ ବନ୍ୟ ବରାହ ଆଦି ଜନ୍ତୁଙ୍କୁ ମାରିବାକୁ ବିହାର, ହିମାଚଳ ପ୍ରଦେଶ ଓ କେରଳ ଭଳି ରାଜ୍ୟ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି। ଫାଶ, ତାର ଯନ୍ତା, ବିସ୍ଫୋରକ ଓ ବିଷ ମିଶ୍ରିତ ଖାଦ୍ୟ ପ୍ରଲୋଭନ ଦ୍ଵାରା କେତେକ ପ୍ରାଣୀ ଓ ଜଣେ ପିଲାର ମୃତ୍ୟୁ ରିପୋର୍ଟକୁ ଆଧାର କରି ଦାଏର କରାଯାଇଛି ପିଟିସନ୍। ଏଥିରେ ଦର୍ଶଯାଇଛି ଏସବୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଘଟୁଛି। ତେଣୁ ଜୀବହତ୍ୟାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ସରକାରମାନଙ୍କୁ ଏସବୁ ବନ୍ଦ କରିବା ଲାଗି ନିର୍ଦେଶନାମା ଜାରି କରିବାକୁ ପିଟିସନ୍‌ରେ ଅନୁରୋଧ କରାଯାଇଛି। ସାଂସଦ ଅନୁଭବ କହିଛନ୍ତି ମଣିଷ ଓ ବନ୍ୟପ୍ରାଣୀ ସଂଘର୍ଷର ମୁକାବିଲା ନିମନ୍ତେ କୌଣସି ନିର୍ଦ୍ଧାରିତ ମାର୍ଗଦର୍ଶିକା ନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ଇତଃସ୍ତତଃ, ଅବୈଜ୍ଞାନିକ ନୀତି ଶିକାରୀ ଓ ସାଧାରଣ ଜନତାଙ୍କୁ ଜୀବଜନ୍ତୁଙ୍କୁ ହତ୍ୟା କରିବାକୁ ଉତ୍ସାହ ଦେଉଛି।

  ମୁଖ୍ୟମନ୍ତ୍ରୀଙ୍କୁ ମହିଳା ବିଜେଡିର ସମ୍ବର୍ଦ୍ଧନା

ମତାମତ ଦିଅନ୍ତୁ ।