ବନ୍ୟାରେ ଧୋଇଗଲା ୨୩୮ କୋଟିର ନଦୀବନ୍ଧ

ଭୁବନେଶ୍ୱର: ବନ୍ୟାରେ ଧୋଇଗଲା ୨୩୮ କୋଟି ଟଙ୍କାର ନଦୀବନ୍ଧ । ଗତ ବନ୍ୟାରେ ୩୮ଟି ଘାଇ ସହ ୯୯୬ କିଲୋମିଟର ନଦୀବନ୍ଧ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୧୧ଟି ଜିଲ୍ଲାର ୩୫୧ କିଲୋମିଟରକ ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ଏନେଇ ଜଳ ସମ୍ପଦ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ ।

ଘାଇ ମରାମତି, ସ୍ଥାୟୀ ଓ ଅସ୍ଥାୟୀ ମରାମତି ଓ ନଦୀବନ୍ଧ ସୁଦୃଢିକରଣ ପାଇଁ ମୋଟ ୯୩୨ କୋଟି ଟଙ୍କାର ଅନୁଦାନ ଆବଶ୍ୟକ । ୯୩୨କୋଟି ଟଙ୍କାର ଅନୁଦାନ ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଜରିଆରେ ଅନୁରୋଧ କରାଯାଇଛି ।

ମତାମତ ଦିଅନ୍ତୁ ।