Breaking Newsଅପରାଧ

ବାପାଙ୍କୁ କଟୁରିରେ ହାଣିଲା ପୁଅ

ଝାରସୁଗୁଡ଼ା : ବଡ଼ମାଲ ଥାନା ଅନ୍ତର୍ଗତ ବଞ୍ଜାରୀରେ ହତ୍ୟାକାଣ୍ଡ। ବାପାଙ୍କୁ ହତ୍ୟା କରିଛି ପୁଅ। ଆଜି ସକାଳେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି।

ଖବର ଅନୁଯାୟୀ ଗତକାଲି ଗତ କାଲି ବିଳମ୍ବିତ ରାତିରେ ବାପା ଲକ୍ଷ୍ମଣ ବେହେରା ଓ ପୁଅ ମାଣିକ ବେହେରାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁଅ ମାଣିକ ଏକ କଟୁରିରେ ବାପା ଶରୀରର ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଲକ୍ଷ୍ମଣ ବେହୋସ ହୋଇ ପଡ଼ିବାରୁ ପତ୍ନୀ ଓ ପୁତୁରା ବିରେନ୍ଦ୍ର ବେହେରା ତାଙ୍କୁ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବଡ଼ମାଲ ନିକଟରେ ଲକ୍ଷ୍ମଣଙ୍କର ମୃତ୍ୟୁ ଘଟିଥିଲା। ଆଜି ବିରେନ୍ଦ୍ରଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ମାଣିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ମତାମତ ଦିଅନ୍ତୁ ।

Back to top button