ବାପାଙ୍କ ମୃତଦେହ ସ୍କୁଟିରେ ବୋହିଲେ ଦୁଇପୁଅ

ବଲାଙ୍ଗିର : କରୋନାରେ ମୃତ୍ୟୁବରଣ କରିଥିବା ପିତାଙ୍କ ମୃତଦେହକୁ ସ୍କୁଟିରେ ସତ୍କାର କଲେ ପୁଅ। ଏପରି ଘଟଣା ଆଜି ବଲାଙ୍ଗୀରି ଜିଲ୍ଲାର ବେଲପଡା ବ୍ଲକ୍‌ ସଲଣ୍ଡି ଗାଁ’ରେ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ବେଲପଡା ବ୍ଲକ୍‌ ସଲଣ୍ଡି ଗାଁ’ର ଉଦ୍ଧବ ବେହେରା କରୋନରେ ସଂକ୍ରମିତ ହେବାରୁ ୭ ଦିନ ହେଲା ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିଲା। କିନ୍ତୁ ଆଜି ସକାଳେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ଗାଁରେ ସୃଷ୍ଟି କରିଥିଲା ଭୟର ବାତାବରଣ। କରୋନାରେ ମୃତ୍ୟୁ ହୋଇଥିବାରୁ ସାହି ପଡିଶା କେହି ଆସିଲେନି। ତେଣୁ ଦୁଇପୁଅ ଓ ଜଣେ ପୁତୁରା ପିପିଇ କିଟ୍‌ ପନ୍ଧି ମୃତଦେହକୁ ସ୍କୁଟିରେ ବୋହି ନେଇ ଗାଁ’ର ଗୋଚର ଜମିରେ ସତ୍କାର କରିଥିଲେ। ଏବେ କରୋନାରେ ଆକ୍ରାନ୍ତ ଉଦ୍ଧବଙ୍କ ପତ୍ନୀ ହୋଇ ହୋମ୍‌ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button