ବାରବାଟୀ ଷ୍ଟାଡିୟମ ପଡ଼ିଆର ଉନ୍ନତିକରଣ ଆରମ୍ଭ

କଟକ : କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ର ଆଉଟଫିଲ୍ଡ ଆଗକୁ ନୂଆ ରୂପ ନେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପଡ଼ିଆ ରୂପରେଖ ଯୋଜନା ଅନ୍ତର୍ଗତ ଓ ଓସିଏର ଭିଜନ୍‌ ୨୦୨୪ ଅଧିନରେ ଏହି ପରିବର୍ତ୍ତନ କରାଯାଉଛି। ଆସନ୍ତା ୩ ମାସ ମଧ୍ୟରେ ପଡ଼ିଆର ନବୀକରଣ କାର୍ଯ୍ୟ ଶେଷ ହେବାକୁ ଥିବା ବେଳେ ଏଥିପାଇଁ ଖର୍ଚ୍ଚହେବ ପାଖାପାଖି ୨ କୋଟି ଟଙ୍କା। ଓସିଏ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ପିଚ୍‌କୁ ଯୋଜନାରୁ ବାଦ୍‌ ଦିଆଯାଇଥିବାରୁ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି।

ନୂଆ ଯୋଜନା ଅନ୍ତର୍ଗତ ପଡ଼ିଆକୁ ପାଖାପାଖି ୧ଫୁଟ ପର୍ଯ୍ୟନ୍ତ ଖୋଳାଯାଇ ମାଟି ଉଠାଯିବା ପରେ ସେଥିରେ ବାଲି ବିଛାଯିବ। ବାଲିରେ ମିଶ୍ରଣ କରାଯିବ ଶୁଖିଲା ନିମ୍ବପତ୍ର ଓ କୋକୋ ପିଟ୍‌ କେକ୍‌। ଏହା ଉପରେ ଘାସ ବୁଣାଯିବ। ଘାସରେ କୌଣସି ପ୍ରକାରର ସ˚କ୍ରମଣ ନ ହେବା ଓ ଉଇ କିମ୍ବା ପିମ୍ପୁଡ଼ି ନ ଲାଗିବା ପାଇଁ ନିମ୍ବପତ୍ରର ପ୍ରୟୋଗ କରାଯାଉଥିଲା ବେଳେ ଘାସ ଭଲଭାବେ ବାନ୍ଧିହେବା ଓ ବଢିବା ପାଇଁ କୋକୋପିଟ୍‌ ସହାୟକ ହେବ।

Leave a Reply

Your email address will not be published. Required fields are marked *

Back to top button