ବରଯାତ୍ରୀ ଗାଡି ଓଲଟି ୩୦ରୁ ଅଧିକ ଆହତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବଡ଼ଗଡ଼ ଥାନା ଅନ୍ତର୍ଗତ ବୋରଦା ଠାରେ ଆଜି ଏକ ବରଯାତ୍ରୀ ୪୦୭ ମିନି ଟ୍ରକ ଓଲଟି ପଡିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଅନପଡିଛି।

ଖବର ଅନୁଯାୟୀ ୪୦୭ ମିନି ଟ୍ରକଝରଣ ଗ୍ରାମରୁ ୪୦ରୁ ଅଧିକ ବରଯାତ୍ରୀଙ୍କୁ ନେଇ ନୁଆଁସାହିକୁ ଯାଇଥିଲା। ଫେରିବା ବାଟରେ ବୋରଦାଠାରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଆହତମାନକୁ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ୭ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଅଧିକାଂଶ ମହିଳା ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button