ବରକୁ ଆକ୍ରମଣ କରି ପ୍ରେମିକ ସହ ନବବଧୂ ଫେରାର

0

ବିଜନୋର : ଚଉଠି ରାତିରେ ପ୍ରେମିକ ସହ ନବବଧୂ ଫେରାର। କେବଳ ଚମ୍ପଟ ମାରିନନି। ଯିବା ପୂର୍ବରୁ ବାହା ହୋଇଥିବା ଯୁବକଙ୍କ ମୁଣ୍ଡରେ ଆଘାତ କରି ଟଙ୍କା ଓ ସୁନା ଗହଣା ଲୁଟି ନେଇଛି। ଏଭଳି ଘଟଣା ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ଘଟିଛି।

ଖବର ଅନୁଯାୟୀ ବିଜନୋର ଗାଁ କୁଣ୍ଡା ଖର୍ଦ୍ ନିବାସୀ ଜଣେ ଯୁବକଙ୍କର ଦୁଇଦିନ ତଳେ ହରିଦ୍ୱାରରେ ରହୁଥିବା ଜଣେ ମହିଳାଙ୍କ ସହିତ ବିବାହ ହୋଇଥିଲା। ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିବା ଶୋଭାଯାତ୍ରା ଓ ଭୋଜିର ଆୟୋଜନ ଠିକଠାକ ଥିଲା। ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ପରିବାର କନ୍ୟାକୁ ତାଙ୍କ କୋଠରୀରେ ଛାଡ଼ି ଶୋଇବାକୁ ଗଲେ। କିନ୍ତୁ ନବବଧୂ ଘର ଭିତରକୁ ଯାଇ ସ୍ଵାମୀଙ୍କ ମୁଣ୍ଡକୁ ଶକ୍ତ ଆଘାତ କରିଥିଲା। ସେ ଚେତାଶୂନ୍ୟ ହୋଇପଡିବାରୁ ଏହି ସୁଯୋଗରେ ଲୁଟେରା ନବବଧୂ ପ୍ରାୟ ୨ ଲକ୍ଷ ଟଙ୍କାର ଅଳଙ୍କାର, ମହଙ୍ଗା ମୋବାଇଲ୍ ଓ ନଗଦ ୨୦ ହଜାରରୁ ଅଧିକ ଟଙ୍କା ଛୁ ମାରିଛି। ଚେତା ଫେରିବା ପରେ ଯୁବକ ଜଣଙ୍କ ନବବଧୂ ଫେରାର କଥା ପରିବାର ଲୋକଙ୍କୁ ଜଣାଇବାରୁ ତୁରନ୍ତ ପୋଲିସକୁ ଖବର ଦିଆଯାଇଥିଲା। ଏବେ ପୋଲିସ ଏହି ମାମଲାର ତଦନ୍ତ କରୁଛି।

Leave A Reply

Your email address will not be published.