ବରମୁଣ୍ଡା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଜଣେ ମୃତ

ଭୁବନେଶ୍ୱର : ଫାୟାର ଷ୍ଟେସନ ଛକ ଓଭରବ୍ରିଜରେ ଆଜି ଘଟିଥିବା ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଆହତଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ବୁଧବାର ୧୬ ନମ୍ବର ଜାତୀୟ ରାଜପଥର ଫାୟାର ଷ୍ଟେସନ ଛକ ଓଭରବ୍ରିଜରେ ଏକ ଟ୍ରେଲର ଖରାପ ହୋଇ ଛିଡ଼ା ହୋଇଥିଲା। ଅପରାହ୍ନରେ ବରମୁଣ୍ଡା ପାର୍ଶ୍ୱରୁ ବାଣୀବିହାର ଆସୁଥିବା ଏକ ମାଲ ବୋଝେଇ ଦ୍ରୁତଗାମୀ ଟ୍ରକ ଟ୍ରେଲରକୁ ଧକ୍କା ଦେଇଥିଲା। ଏଥିରେ ଟ୍ରକ ଚାଳକଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ପାଇ ପୋଲିସ ଗୁରୁତରକୁ ବ୍ୟକ୍ତିକୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।