ବାର୍ଡ ଫ୍ଲୁ ଭୟ : ଅଣ୍ଡା ଓ ଚିକେନ୍ ଦାମ୍ ତଳକୁ ଖସୁଛି

ନୂଆଦିଲ୍ଲୀ : ଦେଶରେ ୧୦ ରାଜ୍ୟ ବାର୍ଡ ଫ୍ଲୁ ଭୟ ସୃଷ୍ଟି ହୋଇଛି। ଏଥିପାଇଁ ଚିକେନ୍ ଓ ଅଣ୍ଡା ଦାମ୍ ହ୍ରାସ ପାଇବାରେ ଲାଗିଛି। ଚାହିଦା ମଧ୍ୟ କମିଛି। କେରଳ, ରାଜସ୍ଥାନ, ମଧ୍ୟ ପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା, ଗୁଜରାତ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ଦିଲ୍ଲୀରେ ବର୍ଡ ଫ୍ଲୁ ବ୍ୟାପିବା ଜଣାପଡିଛି।

ଖବର ଅନୁଯାୟୀ ମହାରାଷ୍ଟ୍ରରେ ଚିକେନ୍ ଦାମ୍ ୮୨ ଟଙ୍କାରୁ ୫୮ ଟଙ୍କା ରହିଥିବା ବେଳେ ଗୁଜରାଟରେ ୯୪ ଟଙ୍କାରୁ ୬୫ ଟଙ୍କା ଓ ତାମିଲନାଡୁରେ ୮୦ ଟଙ୍କାରୁ ୭୦ ଟଙ୍କା ବିକ୍ରି ହେଉଛି। ସେହିପରି ତାମିଲନାଡୁର ନମକ୍କଲରେ ଅଣ୍ଡା ଗୋଟିଏର ଦାମ ୫.୧୦ ପଇସାରୁ ୪.୨୦କୁ ଖସିଛି। ହରିୟାଣାର ବରବାଲାରେ ୫.୩୫ ଟଙ୍କାରୁ ୪.୦୫ ଟଙ୍କା ଓ ପୁଣେରେ ୫.୩୦ରୁ ୪.୫୦ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀରେ ୪ ଦିନ ପୂର୍ବରୁ କ୍ରେଟ୍ (୩୦ ଅଣ୍ଡା ଥିବା) ୧୪୦ ଟଙ୍କାରେ ବିକ୍ରି ହୋଉଥିଲା। କିନ୍ତୁ ଆଜି ଦାମ ରହିଛି ୧୨୦ ଟଙ୍କା। ଚିକେନ୍ କିଲୋ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି।

ମତାମତ ଦିଅନ୍ତୁ ।