ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତ୍ୟାହାର ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇବ

ଭୁବନେଶ୍ୱର : କୋଭିଡ-୧୯ ପାଇଁ ସବୁବର୍ଗର ଲୋକେ ଆର୍ଥିକ ଦୁର୍ଗତିଭିତରକୁ ଠେଲିହୋଇ ଯାଇଛନ୍ତି। ପ୍ରତ୍ୟେକ ପରିବାର ଆୟ କମିଛି। ଏହିଭଳି ସମୟରେ ବିଦ୍ୟୁତ୍ ଉପଭୋକ୍ତାଙ୍କ ଉପରେ ବର୍ଦ୍ଧିତ ବିଦ୍ୟୁତ ଦର ଲାଗୁ କରିବା ସେମାନଙ୍କ ଉପରେ ବୋଝ ଉପରେ ଲଲିତାବିଡ଼ା ସଦୃଶ ହୋଇଛି। ଏହାକୁ ତୁରନ୍ତ ପ୍ରତ୍ୟାହାର ନକଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇବ ବୋଲି କେତବନୀ ଦେଇଛି।

ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ସରକାର ଓ କିମ୍ବା ଓ.ଇ.ଆର.ସି ବିତରକ କମ୍ପାନୀମାନଙ୍କ ଉପରେ ନିୟନ୍ତ୍ରଣ ହରାଇଛନ୍ତି। କୌଣସି ସ୍ୱାର୍ଥର ପକ୍ଷଭୁକ୍ତ ହୋଇ ଲୋକ ବିରୋଧୀ ନିଷ୍ପତ୍ତି ନେଇଛନ୍ତି। ସେ କହିଲେ ନିଜର ଅପାରଗତ ଲୁଚାଇବାକୁ ଓ.ଇ.ଆର.ସି ଓ ସରକାର ମିଳିତଭାବେ ଉପଭୋକ୍ତାମାନଙ୍କୁ ଶୋଷି ଚାଲିଛନ୍ତି। କୃଷିପାଇଁ ଦରବୃଦ୍ଧି ନ ଘଟିବା ଓ ବି.ପି.ଏଲ ପରିବାର ଉପରେ ଶୁଳ୍କ ବୃଦ୍ଧି ନ ହେବା ସରକାରଙ୍କର ଅନ୍ୟଏକ ପ୍ରତାରଣା ବୋଲି ଅଭିଯୋଗ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କ ସ୍ୱାର୍ଥ ଓ ରାଜ୍ୟର ଆର୍ଥିକ ବିକାଶ ଚାହାନ୍ତି ତେବେ ବିଦ୍ୟୁତ୍ ପରି ପଣ୍ୟକୁ ଶସ୍ତାରଖିବା ଦରକାର। ଓ.ଇ.ଆର.ସି ନିଷ୍ପତି ବିରୁଦ୍ଧରେ ଖାଉଟି ହିସାବରେ ରାଜ୍ୟ ସରକାର ହାଇକୋର୍ଟରେ ଅଭିଯୋଗ ଦାଖଲ କରି ରହିତାଦେଶ ପାଇଁ ପ୍ରାର୍ଥନା କରିବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ସାତଦିନ ଭିତରେ ସରକାର ଲୋକଙ୍କ ଉପରେ ବଢ଼ାଇଥିବା ଆର୍ଥିକ ଚାପ ଲାଘବ ନକରନ୍ତି ତେବେ ଗଣତାନ୍ତ୍ରିକ ଉପାୟରେ କଂଗ୍ରେସ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ଚେତାବନୀ ସୁନାଇଛନ୍ତି। ଏହି ସାମ୍ବାଦିକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଜ୍ଞାନଦେବ ବେଉରା, ପଦ୍ମାକର ଗୁରୁ ଓ ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

Back to top button