ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ହାଇକୋର୍ଟରେ ମାମଲା ଥିବାରୁ ପରବର୍ତ୍ତୀ ନିଷ୍ପତ୍ତି ଆସିବା ଯାଏଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଦାୟ କରାଯାଉଥିବା ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି।

ବର୍ଦ୍ଧିତ ହାରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବା ପାଇଁ ବିଏମସି ନିଷ୍ପତ୍ତି ନେଇଥିଲା। ଏକ ବେଂଚ ମାର୍କ ମୂଲ୍ୟାୟନକୁ ଆଧାର କରି ବୃଦ୍ଧି କରିଥିଲା ଟ୍ୟାକ୍ସ। ଏହାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବ ସହିତ ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ସରକାରଙ୍କ ଅବଗତ କରାଇଥିଲେ। ଯାହାକୁ ଆଧାର କରି ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ଯାଏଁ ବର୍ଦ୍ଧିତ ଟ୍ୟାକ୍ସକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button