ବରୀମୁଣ୍ଡ ବ୍ୟାଙ୍କ ଲୁଟ ଘଟଣାରେ ଜଣେ ଗିରଫ: ୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର : କମିଶନରେଟ୍ ପୋଲିସ ମଞ୍ଚେଶ୍ୱର ବରୀମୁଣ୍ଡ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି। ଏଥିରେ ସଂପୃକ୍ତ ସୌମ୍ୟ ରଞ୍ଜନ ଜେନା ଓରଫ ଟୁନାକୁ ଗିରଫ କରାଯାଇଛି। ଜବତ ହୋଇଛି ୫ ଲକ୍ଷ ଟଙ୍କା ସମେତ ଗୋଟିଏ ବନ୍ଧୁକ ଓ ଲୁଟରେ ବ୍ୟବହୃତ ହୋଣ୍ଡା ଆକ୍ଟିଭା। ଟୁନାର ଘର ଟାଙ୍ଗି ବନ୍ତ ଅଞ୍ଚଳରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ସେପ୍ଟେମ୍ବର ୨୯ ତାରିଖରେ ବରୀମୁଣ୍ଡସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଭିତରେ ଦୁର୍ବୃତ୍ତ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏହା ପୂର୍ବରୁ ପଟିଆ କଳାରାହାଙ୍ଗରେ ମଧ୍ୟ ଡକାୟତି ହୋଇଥିଲା। ତେବେ ବରୀମୁଣ୍ଡ ବ୍ୟାଙ୍କ ଲୁଟ ସହିତ ତାର କିଛି ସଂପର୍କ ରହିଛି କି ନାହିଁ ପୋଲିସ ତଦନ୍ତ କରୁଛି। ଅନ୍ୟପକ୍ଷରେ ଟାଙ୍ଗୀ ବନ୍ତ ଅଞ୍ଚଳରେ ଜେନା ନ୍ୟୁ ଷ୍ଟାଇଲ୍ ନାଁରେ ଟୁନାର ଏକ ଦୋକାନ ରହିଛି। ସେ ଜଣେ ସଂଭ୍ରାନ୍ତ ଘରର ପିଲା ଓ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା। କିନ୍ତୁ ଋଣ ସୁଝିବାକୁ ସେ ବ୍ୟାଙ୍କ ଲୁଟ କରୁଥିବା ପୋଲିସ କହିଛି।

ମତାମତ ଦିଅନ୍ତୁ ।