ବାରିପଦା : ବାଇକକୁ କାର ପିଟିବାରୁ ଯୁବକ ମୃତ

ବାରିପଦା : ସହରର କୃଷ୍ଣଚନ୍ଦ୍ର ଗୋଲେଇ-ଷ୍ଟେସନ ବଜାର ରାସ୍ତା ଖେତୁଆନ ଅଏଲ୍ ମିଲ୍ ନିକଟରେ କାର ଧକାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ପାଲବଣି ଅଞ୍ଚଳର ସମ୍ପଦ କୁମାର ସିଂହ।
ଖବର ଅନୁଯାୟୀ ଯୁବକ ଜଣକ ବାଇକରେ ଘରକୁ ଫେରୁଥିବା ବେଳେ ପଛପଟୁ କାର ଧକା ଦେଇଥିଲା। ଗୁରୁତର ଅବସ୍ଥାରେ ସମ୍ପଦଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପିଆରଏମ ହସ୍ପିଟାଲକୁ ନେଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ମୃତକଙ୍କ ସମ୍ପର୍କୀୟ ତାପସ କୁମାର ଦେ ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରି ତଦନ୍ତ ଜାରି ରଖିଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।