ବାରିପଦା : ଗାଡ଼ି ଡିକିରୁ ୪ଲକ୍ଷ ୨୦ହଜାର ଲୁଟ

ବାରିପଦା : ବାରିପଦା ପୌରାଞ୍ଚଳରୁ ଜଣେ ବ୍ୟାକ୍ତିଙ୍କ ଗାଡ଼ି ଡିକିରୁ ୪ଲକ୍ଷ ୨୦ହଜାର ଟଙ୍କା ଲୁଟ୍ ହୋଇଛି। ତୁଳସୀଚଉରା ଅଞ୍ଚଳର ବ୍ୟବସାୟୀଙ୍କ ଜଣଙ୍କ କୃଷ୍ଣଚନ୍ଦ୍ର ଗୋଲେଇରେ ଥିବା ଏକ ଘରୋଇ ବ୍ୟାଙ୍କକୁ ଟଙ୍କା ନେଇ ଆସିଥିଲେ। ତାଙ୍କ ଗାଡିର ଡିକି ଭାଙ୍ଗି ଦୁର୍ବୁତ୍ତ ଟଙ୍କା ଲୁଟିଆ ନେଇଛନ୍ତି। କିଛିଦିନ ତଳେ ଭଞ୍ଜପୁର ଅଞ୍ଚଳରୁ ସମାନ ଢଙ୍ଗରେ ୭୦ହଜାରରୁ ଟଙ୍କା ଲୁଟ୍ ହୋଇଥିଲା। ଆଜିର ଲୁଟ୍ ମଧ୍ୟ ସମାନ ତରିକାରେ ମୋଟରସାଇକେଲରେ ଆସି ହୋଇଥିବା ଜଣାପଡ଼ିଛି। ତେବେ ବାରିପଦାରେ ଜଣାଶୁଣା ଆସ୍କାର ଡକାୟତ ଗ୍ୟାଙ୍ଗ ଏରାଗୋଲା ଗ୍ୟାଙ୍ଗ୍ ସକ୍ରିୟ ହୋଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।