ବର୍ଜ୍ୟବସ୍ତୁ ପରିଚାଳନା ନିୟମ ଉଲଂଘନ ପାଇଁ ଦୁଇଟି ଘରୋଇ ହସ୍ପିଟାଲକୁ ସିଲ

ବାରିପଦା : ବର୍ଜ୍ୟବସ୍ତୁ ପରିଚାଳନା ନିୟମକୁ ଉଲଂଘନ ଅଭିଯୋଗରେ ବାରିପଦା ସହର ମଧ୍ୟରେ ଦୁଇଟି ଘରୋଇ ହସ୍ପିଟାଲକୁ ଜିଲ୍ଲା ପ୍ରଶାସନ ସିଲ କରିଛି। ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ସିଲ ହୋଇଥିବା ହସ୍ପିଟାଲ ମଧ୍ୟରେ ବାରିପଦା ପୌରପାଳିକ ଅନ୍ତର୍ଗତ ଜୟା ହସ୍ପିଟାଲ ଓ ଗାୟତ୍ରୀ ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ରହିଛି।

କରୋନା ସମୟରେ ବର୍ଜ୍ୟବସ୍ତୁକୁ ଏଣେତେଣେ ଜମା କରୁଥିବାରୁ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିଲା। ଏଥିପାଇଁ କରୋନାର ଭୟଭୟତା ବୃଦ୍ଧିର ଆଶଙ୍କା ସୃଷ୍ଟି ହେଉଥିବାରୁ କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ବହୁବାର ସୂଚନା ଦିଆଯାଇଥିଲା। ତେବେ ବୁଧବାର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତରଫରୁ ବାରିପଦା ଉପଜିଲ୍ଲାପାଳ, ଉପଖଣ୍ଡ ପୋଲିସ ଅଧିକାରୀ ଓ ବାରିପଦା ତହସିଲଦାରଙ୍କ ମିଳିତ ଚଢ଼ାଉ କରି ଦୁଇ ଘରୋଇ ହସ୍ପିଟାଲକୁ ସିଲ କରିଛନ୍ତି।

ମତାମତ ଦିଅନ୍ତୁ ।