ବର୍ଷା ଯୋଗୁ ବାରିପଦା ସହରରେ ବନ୍ୟା ପରିସ୍ଥିତି

ବାରିପଦା : ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ଓଡିଶାରେ ବର୍ଷାର ପ୍ରଭାବ ଧିରେଧିରେ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କେବଳ ବାରିପଦାରେ ୧୮୬ମିମି ବର୍ଷା ରେକର୍ଡ କରାଯାଇଛି।

ଗତରାତିରେ ପ୍ରବଳ ବର୍ଷା ହେବା ଫଳରେ ବାରିପଦାର ସହରତଳି ଅଞ୍ଚଳର ୭ନଂ, ୮ନଂ ଓ ୧୭ନଂ ୱାର୍ଡରେ ବନ୍ୟାପାଣି ପ୍ରବେଶ କରିଛି। ତେବେ ଖବର ସଂଗ୍ରହ ପର୍ଯ୍ୟନ୍ତ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ବେଳେ ସେହି ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ମଧୁବନ ବନ୍ୟା ଆଶ୍ୟସ୍ଥଳୀରେ ରଖାଯାଇଛି। ବହୁ ଲୋକ ନିଜେ ସୁରକ୍ଷିତ ସ୍ଥାନକୁ ଚାଲି ଆସିଥିବା ଦେଖାଯାଇଛି। ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ସହିତ ତଳିଆ ଅଞ୍ଚଳ ଗୁଡିକରେ ଲୋକଙ୍କୁ ସତର୍କ କରାଇଛନ୍ତି। ଏହି ସବୁ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ବନ୍ୟା ପରିସ୍ଥିତି ଲୋକ ଓ ପ୍ରଶାସନର ଚିନ୍ତା ବଢାଇ ଦେଇଛି।

ମତାମତ ଦିଅନ୍ତୁ ।