ବର୍ଷା ଓ ଘଡଘଡି ପାଇଁ ୧୬ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୧୬ଟି ଜିଲ୍ଲାରେ ବର୍ଷା ସହିତ ଘଡଘଡିର ସମ୍ଭାବନା ରହିଛି। ଏହି ପୂର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାଛଡା ଆଗାମୀ ୫ ଦିନ ପାର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ କାଳବୈଶାଖି ବର୍ଷା ଲଗି ରହିବା ବୋଲି କୁହାଯାଇଛି।

ରବିବାର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଅନୁଗଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନାବାରାଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି ଓ ନୟାଗଡ ଆଦି ଜିଲ୍ଲାରେ ବର୍ଷା ଓ ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି କୁହାଯାଇଛି।

ସେହିପରି ଏହି ସମୟ ମଧ୍ୟରେ କେଉଁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଅନୁଗଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନାବାରାଙ୍ଗପୁର, କଳାହାଣ୍ଡି, ରାୟଗଡା, କନ୍ଧମାଳ, ଗଜପତି ଓ ନୟାଗଡ ଜିଲ୍ଲାରେ ସାମନ୍ୟରୁ ମଧ୍ୟମ ଧରଣର ବର୍ଷା ଓ ଘଡଘଡି ହୋଇପାରେ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button