ବସକୁ ପିଟିବାରୁ କାର୍ ଚାଳକ ଗୁରୁତର

ଚାନ୍ଦବାଲି : ଭଦ୍ରକ ଜିଲ୍ଲାର ଆରଡ଼ି ବସଷ୍ଟାଣ୍ଡରେ ଦୁର୍ଘଟଣା। ଭାରସାମ୍ୟ ହରାଇ କାରଟି ବସ ସହିତ ପିଟି ହେବାରୁ ଚାଳକ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଖବର ଅନୁଯାୟୀ ଗତକାଲି ରାତିରେ ଘଟିଛି ଏହି ଦୁର୍ଘଟଣା। ଭଦ୍ରକ ଜିଲ୍ଲାର ଆରଡ଼ିପୀଠ ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟ ରାସ୍ତା ପାର୍ଶ୍ଵ ବସଷ୍ଟାଣ୍ଡରେ ୨ରୁ ଅଧିକ ବସ ରହିଥିଲା। ଭଦ୍ରକରୁ ଆଖଣ୍ଡଳମଣି ଆସୁଥିବା ଏକ କାର୍ ଭାରସାମ୍ୟ ହରାଇ ଏହି ବସ ସହିତ ପିଟି ହୋଇଥିଲା। ଏହି ଘଟଣା ଘଟାଇଥିବା କାର୍ ଚାଳକ ଅବସ୍ଥା ଗୁରୁତର ହୋଇଥିଲା। ଖବର ପାଇ ଘଟଣାସ୍ଥଳରେ ଆରଡ଼ି ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହିତ ଚାଳକକୁ ଚିକିତ୍ସା ଲାଗି ପଠାଇଥିଲେ।

ମତାମତ ଦିଅନ୍ତୁ ।