ବସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

0

ଭଦ୍ରକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବାଂଶଡା ଫେରୀ ଘାଟ ନିକଟରେ ‘ନାୟକ ନାମକ’ ଯାତ୍ରୀବାହୀ ବସରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ କଣ୍ଡକ୍ଟର। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ‘ନାୟକ ନାମକ’ ଯାତ୍ରୀବାହୀ ବସ୍ ପ୍ରତିଦିନ ଭୁବନେଶ୍ଵରରୁ ଭାୟା ଚାନ୍ଦବାଲି ଦେଇ ବାଂଶଡା ଫେରି ଘାଟ ନିକଟରେ ରାତିରେ ରହିଥାଏ। ବୁଧବାର ଯାତ୍ରା ସାରି ବସ୍ ଫେରିବା ପରେ ଘାଟ ନିକଟରେ ରାତିରେ ରହିଥିଲା। ଡ୍ରାଇଭର ଓ କଣ୍ଡକ୍ଟର ବସରେ ଶୋଇଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ବସରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ଜାଣି କଣ୍ଡକ୍ଟର ଓ ଡ୍ରାଇଭର ବାସର କାଚ ଭାଙ୍ଗି ବାହାରକୁ ଚାଲି ଆସିଥିଲେ। ତେବେ ବସଟି ସମ୍ପୂର୍ଣ୍ଣ ଜଳି ଯାଇଛି। ସ୍ଥାନୀୟ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.