ବସରୁ ୨୫ କିଲୋ ଗଞ୍ଜେଇ ଜବତ

ନବରଙ୍ଗପୁର : ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସରୁ ୨୫ କେଜି ଗଞ୍ଜେଇ ଜବତ କରିଛି ନବରଙ୍ଗପୁର ପୋଲିସ। ଏହି ଘଟଣାରେ ତିନିଜଣ ମହିଳାଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିନତୀ ହରିଜନ, ରୀତା ହରିଜନ ଓ ଭଗବତୀ ହରିଜନ। ସମସ୍ତଙ୍କ ଘର କୋଟପଡ଼ ପୌରାଞ୍ଚଳରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସରେ ଅଭିଯୁକ୍ତ ମହିଳାମାନେ ବୋରିଗୁମ୍ମା ସନ୍ତୋଷୀ ମନ୍ଦିର ନିକଟରୁ ଉଠିଥିଲେ। ପ୍ରଥମେ କହିଥିଲେ ଉମରକୋଟ ଯିବୁ। ବସ ନବରଙ୍ଗପୁର ଯିବ ବୋଲି କଣ୍ଡକ୍ଟର କହିବାରୁ ସେମାନେ ନବରଙ୍ଗପୁର ପର୍ଯ୍ୟନ୍ତ ଯିବେ ବୋଲି କହିଥିଲେ। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ପୋଲିସ ସକାଳ ସାଢ଼େ ୬ଟାରେ ବସକୁ ଇନ୍ଦ୍ରାବତୀ ନଦୀ ନିକଟରେ ଯାଞ୍ଚ କରିବାରୁ ଗଞ୍ଜେଇ ଥିବା ଜଣାପଡିଥିଲା। ଏହି ଘଟଣାରେ ତିନି ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇଜଣ ଡ୍ରାଇଭର, ହେଲ୍ପର ଓ କଣ୍ଡକ୍ଟରକୁ ପୋଲିସ ଅଟକ ରଖି ପଚରାଉଚରା କରିଛି।

Leave a Reply

Your email address will not be published. Required fields are marked *

Back to top button