ବାସୁମତୀ ଚାଉଳର ସ୍ୱାଦ ଚାଖିବେ ୟୁରୋପୀୟ ଦେଶର ଲୋକେ

ନୂଆଦିଲ୍ଲୀ : ଭାରତର ଚାଉଳ ରପ୍ତାନି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାଫଳରେ ଭାରତୀୟ ବାସୁମତୀ ଚାଉଳ ୟୁରୋପୀୟ ଦେଶମାନଙ୍କରେ ପହଞ୍ଚିବ।

ମିଳିଥିବା ସୂଚନା ଅନୁଯାୟୀ ବାସୁମତୀ ଚାଉଳ ଓ ସାଧାରଣ ଚାଉଳ ଉପରେ ଥିବା ରପ୍ତାନି ସୀମାକୁ ବାଣିଜ୍ୟ ମନ୍ତ୍ରାଳୟ କୋହଳ କରିଛି। ୨୦୧୯-୨୦ରେ ଭାରତ ୩୮ ଲକ୍ଷ ଟନ ବାସୁମତୀ ଚାଉଳ ବିଦେଶକୁ ରପ୍ତାନି କରିଥିଲା। ୨୦୧୮-୧୯ରେ ଏହି ପରିମାଣ ଥିଲା ୩୮.୫୫ ଲକ୍ଷ ଟନ। ୨୦୧୯-୨୦ରେ ପ୍ରାୟ ୪୬.୫୬ ଲକ୍ଷ ଟନ ସାଧାରଣ ଚାଉଳ ରପ୍ତାନି କରାଯାଇଛି। ଭାରତୀୟ ବାସୁମତୀ ଚାଉଳର ଅଧିକ ଚାହିଦା ସାଉଦି ଆରବ, ୟେମେନ, ଆମେରିକା ଓ ୟୁରୋପୀୟ ଦେଶ ମାନଙ୍କରେ ବଢୁଥିବାରୁ କରୋନା ସମୟରେ ଯଥେଷ୍ଟ ଅର୍ଡର ଆସିଛି। ଯେଉଁଥିପାଇଁ ବାସୁମତୀ ଚାଉଳ ରପ୍ତାନି ଉପରେ କଟକଣାକୁ କୋହଳ କରାଯାଇଛି।  

ତେବେ ଭାରତ ଏଥର ଇରାନକୁ ଚାଉଳ ରପ୍ତାନି କରିବା ନାହିଁ ବୋଲି ନିଷ୍ପତ୍ତି ନେଇଛି। କାରଣଇରାନରେ ଭାରତୀୟ ଚାଉଳ ବ୍ୟବସାୟୀଙ୍କର ଲକ୍ଷାଧିକ ଟଙ୍କା ଫସି ରହିଛି। ଅଲ ଇଣ୍ଡିଆ ରାଇସ ଏକ୍ସପୋର୍ଟ ଆସୋସିଏସନର ଆକଳନ ଅନୁସାରେ ୨୦୧୮-୧୯ରେ ଭାରତରୁ ୧୪.୫ ଲକ୍ଷ ଟନ ବାସୁମତୀ ଚାଉଳ ଇରାନ ଆମଦାନୀ କରିଛି।

ମତାମତ ଦିଅନ୍ତୁ ।