ବାତ୍ୟା ଆଶଙ୍କା : ୫ଟି ରାଜ୍ୟରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ଫଳରେ ବାତ୍ୟା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ୫ଟି ରାଜ୍ୟକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଲଘୁଚାପ ପ୍ରଭାବରେ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟ ମହାରାଷ୍ଟ୍ର ଓ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେଥିପାଇଁ ଏସବୁ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଆଲର୍ଟ ଜାରି ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେଇ ସୋମବାର ରାତିରେ ଆନ୍ଧ୍ର ପ୍ରଦେଶ ଉତ୍ତର ତଟବର୍ତ୍ତୀ ଅଞ୍ଚଳ ଅତିକ୍ରମ କରିପାରେ। ତେଣୁ ୧୩ ତାରିଖରେ ଆନ୍ଧ୍ର ପ୍ରଦେଶ ବ୍ୟତୀତ ଉତ୍ତର କର୍ଣ୍ଣାଟକ, ମଧ୍ୟ ମହାରାଷ୍ଟ୍ର, ବିଦର୍ଭ ଓ ଓଡିଶାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।