Breaking Newsଦେଶ-ବିଦେଶ

ବାତ୍ୟା ବୁରେଭି ଆଜି ସ୍ଥଳଭାଗ ଛୁଇଁବ

ନୂଆଦିଲ୍ଲୀ : ଭାରତର ଦକ୍ଷିଣ ମନ୍ନାର ଉପସାଗରରେ କେନ୍ଦ୍ରୀଭୂତ ସାମୁଦ୍ରିକ ବାତ୍ୟା ବୁରେଭି ଆଜି ମଧ୍ୟ ରାତ୍ରରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏବେ ଏହାର ଘଣ୍ଟା ପ୍ରତି ବେଗ ରହିଛି ୧୬ କିଲୋମିଟର ବୋଲି ଭାରତୀୟ ପାଣିପାଗ ବିଭାଗର ସୂଚନା ଦେଇଛି।

ଗୁରୁବାର ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ବାତ୍ୟା ବୁରେଭି ଆଜି ରାତି କିମ୍ବା ଆସନ୍ତା କାଲି ସକାଳ ସୁଦ୍ଧା ତାମିଲନାଡ଼ୁର ପମ୍ବନ ଓ କନ୍ୟାକୁମାରୀ ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର କିମ୍ବା ସ୍ଥଳବିଶେଷରେ ୯୦ କିଲୋମିଟରକୁ ବୃଦ୍ଧି ପାଇବ। ଏହାର ପ୍ରଭାବରେ ତାମିଲନାଡ଼ୁର ସମସ୍ତ ଜିଲ୍ଲା, କେରଳ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କେତେକ ସ୍ଥାନରେ ପବନର ବେଗ ବୃଦ୍ଧି ପାଇଛି। ସେଥିପାଇଁ ଦକ୍ଷିଣ ତାମିଲନାଡ଼ୁ ଓ କେରଳ ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ଦିଆଯାଇଛି ପରାମର୍ଶ।

ମତାମତ ଦିଅନ୍ତୁ ।

Back to top button