ବାତ୍ୟା ସମ୍ଭାବନା ନାହିଁ : ପ୍ରବଳ ବର୍ଷିବ

ଭୁବନେଶ୍ୱର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇସାରିଛି। ଏହାର ପ୍ରଭାବରେ ଆଜି ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସହ କୋହଲା ପବନ ବହିବ। ତେବେ ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ। ଏହା ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଶ୍ରୀ ମହାପାତ୍ର କହିଛନ୍ତି ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁ ଗ୍ରାମାଞ୍ଚଳର ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ସେହିପରି ପୌରାଞ୍ଚଳରେ ଡ୍ରେନେଜକୁ ନେଇ ମଧ୍ୟ ସମସ୍ୟା ଦେଖାଦେଇ ପାରେ। ସମୁଦ୍ରରେ ଏହାର ଅଧିକ ପ୍ରଭାବ ଅନୁଭୂତ ହେବ। ସେଥିପାଇଁ ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାଛଡା ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କୁହାଯାଇଥିବା ବେଳେ ଓଡ଼ିଶାର ସବୁ ବନ୍ଦରକୁ ୩ ନମ୍ବର ସତର୍କ ସଂକେତ ଜାରି କରାଯାଇଛି।

ମତାମତ ଦିଅନ୍ତୁ ।