ବାଉଁଶ କରଡ଼ି ଖାଇ ୩ ମୃତ, ୨ ଗୁରୁତର

ମାଲକାନଗିରି : ମାଲକାନାଗିରି ସଦର ଥାନା କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ବାଉଁଶ କରଡ଼ି ତରକାରୀ ଖାଇ ଗୋଟିଏ ପରିବାରର ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ମୃତ୍ୟୁବରଣ କରିଥିବା ୩ ଜଣ ଗୋଟିଏ ପରିବାରର ଦୁଇ ଭଉଣୀ ଓ ଭାଇ। ମାଆ ଓ ଅନ୍ୟ ଜଣେ ଉଭଣୀଙ୍କ ଅବସ୍ଥା ଗୁରୁତର ରହିଛି।

ମତାମତ ଦିଅନ୍ତୁ ।