ବାୟୋଏନଟେକ-ଫାଇଜର ଟିକା ୧୫ବର୍ଷ ବୟସ୍କଙ୍କ ଉପରେ ଶତପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ : ବାୟୋଏନଟେକ ଓ ଫାଇଜର ପ୍ରସ୍ତୁତ କରିଥିବା କୋଭିଡ-୧୯ ଟିକା ୧୨ରୁ ୧୫ବର୍ଷ ବୟସ୍କଙ୍କ ଉପରେ ଶତ ପ୍ରତିଶତ ପ୍ରଭାବଶାଳୀ। ଆଜି ଟିକା ନିର୍ମାତା ଏହି ଘୋଷଣା କରିଛନ୍ତି। କ୍ଲିନିକାଲ୍ ପରୀକ୍ଷଣର ଫଳାଫଳ ପରେ ଦେଶରେ ଶୀଘ୍ର ପିଲାମାନଙ୍କୁ ଏହି ଟିକା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ରହିଛି।

ଖବର ଅନୁଯାୟୀ କ୍ଲିନିକାଲ ପରୀକ୍ଷଣ ତଥ୍ୟ ଆସିବା ପରେ ଆମେରିକାରେ ୧୨-୧୫ବର୍ଷ ବୟସ୍କଙ୍କୁ ଟିକା ଦେବାକୁ ଫାଇଜର ସ୍ୱାସ୍ଥ୍ୟ ନିୟାମକମାନଙ୍କୁ ଅନୁମତି ମାଗିଛି। କିନ୍ତୁ ଏବେ ଫାଇଜର କୋଭିଡ-୧୯ ଟିକା ୧୬ବର୍ଷ ଓ ତଦୁର୍ଦ୍ଧ୍ୱ ଲୋକଙ୍କ ପାଇଁ ଅନୁମତିପ୍ରାପ୍ତ। ହେ‌ଲେ ସବୁ ବୟସର ପିଲାମାନଙ୍କୁ ଟିକାକରଣ ଦ୍ଵାରା କରୋନାକୁ ରୋକାଯାଇପାରିବ। ଏହି ଲକ୍ଷ୍ୟ ହାସଲପାଇଁ ଆମେରିକା ୧୨ରୁ ୧୫ବର୍ଷ ବୟସ୍କଙ୍କୁ ବାୟୋଏନଟେକ ଓ ଫାଇଜରର କରୋନା ଟିକା ଦେବା ପାଇଁ ଅନୁମତି ଦେବେ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି।

Leave a Reply

Your email address will not be published. Required fields are marked *

Back to top button